Phula sare na ja mote
ଫୁଲଶରେ ନ ଯା ମୋତେ
Text
Ghoṣā
ଫୁଲଶରେ ନ ଯା ମୋତେ ସୁକୁମାରୀ ମାରି ରେ
1
ଫେଡ଼ି କହୁଛି ମୁଁ ସତେ ଘେନ ମୋ ବିନୟ ଚିତ୍ତେ ବଚନେ ନ ପାରି ତୋତେ ରହିଲି ମୁଁ ହାରି ରେ
2
ଫିଟାଇ ସଜନୀ ମାନ ଗ୍ରନ୍ଥୀକି ରାମାରତନ ମୋତେ ଏ ବିପଦୁଁ ବେଗେ ନିଅ ତୁ ଉଦ୍ଧାରି ରେ
3
ଫନ୍ଦା କରିଛି ମୁଁ ତୋତେ ନାହିଁ ତୋ ବିନା ଜଗତେ ମୋତେ କାମ ପାରାବାରୁ କରିବାକୁ ପାରି ରେ
4
ଫୁଟାଇ ନ ଦେଉ ତମ ବାଣୀରେ ମୋର ମରମ ଦେଖାଅ ସଖୀକି ବାରେ ଉପାୟ ବିଚାରି ରେ
5
ଫରମାସ ଆଜି ବେଶେ ଶ୍ରୀ ହରିଚନ୍ଦନ ଭାଷେ ଶରଣ କେ ଅଛି ମୋର ବିନା ରେ ତୋହରି ରେ