Nahi na kara niraja mukhi re
ନାହିଁ ନ କର ନୀରଜମୁଖୀ ରେ
Text
Ghoṣā
ନାହିଁ ନ କର ନୀରଜମୁଖୀ ରେ
1
ନ ପାରି ମୁଁ ପାଶୋରି ନିରତେ ସେ କିଶୋରୀ ମୂରତି ନେତ୍ରେ ଅଛି ରଖି ରେ
2
ନବ ନାଗରୀ ମୋର ନୋହିଲେ ହୃଦେ ହାର ଦେବି ମୁଁ ଜୀବନ ଉପେକ୍ଷି ରେ
3
ନିର୍ଦ୍ଦୟ ପାପ ସ୍ମର ସନ୍ଧି ବିନ୍ଧଇ ଶର ନିରତେ ମରମକୁ ଯୋଖି ରେ
4
ନବୀନା ରେ ବିନୟ କରି ଏବେ ହୃଦୟ ଆଣିଦିଅ ତୋ ପ୍ରିୟ ସଖି ରେ
5
ନାହିଁ ତ ମୋର ଆନ ନାଗରୀ ରସେ ମନ ଏଥକୁ ଜଗଦ୍ଦେବ ସାକ୍ଷୀ ରେ