Gīta

Thile aparadha mora

ଥିଲେ ଅପରାଧ ମୋର

Text

Ghoṣā

ଥିଲେ ଅପରାଧ ମୋର ଥରେ କ୍ଷମା ନ କରିବ କି ସେ ରାମାବର

1

ଥଳ କମଳ ବିଜୟୀ ଚରଣେ ମୁଁ ତାର ଲାକ୍ଷା ଲେଖୁଥିବି ନିତି କଲେ ଅଙ୍ଗୀକାର

2

ଥିବି ଖଟି ପାଶେ ତାର ମରଜିକି ଜାଣି କଲେ ଅନୁକମ୍ପା ମୋରେ ସୁରସିକା ମଣି

3

ଥାଉ ବା ନ ଥାଉ ମୋହ ଠାରେ ତା କରୁଣା ମୋ ମନରେ ଭାବିଛି ତ ମୁଁ ତାହାର କିଣା

4

ଥିର ଗମନାକୁ ମୋର ହୃଦୟରେ ହାର କରିବାକୁ ସହଚରୀ ଉପାୟ ବିଚାର

5

ଥାଏ ଯା ମୋ ଠାରେ ସଖି ଚିତ୍ତେ ଦୟା ତୋର କହିବାକୁ ଅଛି କିସ ଜଗଦ୍ଦେବଙ୍କର

Sources

Cite this record


Last updated 2026-11-01. Record as JSON