Gīta

Tamala nila tanu

ତମାଳ ନୀଳ ତନୁ

Text

Ghoṣā

ତମାଳ ନୀଳ ତନୁ ତାପ ନ ଯାଏ ମୋ ସଖୀ ମନୁଁ ହେ

1

ତରଣୀଜା ତଟ ବନୁ ତୁମ୍ଭଙ୍କୁ ଶ୍ରୀହରି ଖୋଜି ଖୋଜି ହରିଣାକ୍ଷୀ ଫେରିଯିବା ଦିନୁ

2

ତରଳରେ ନୟନୁ ତେଜୁଅଛି ନିରନ୍ତରେ ନୀରଧାର ବରଷିଲା ପରି ଘନୁ

3

ତୀକ୍ଷଣ ବାଣ ଅତନୁ ତାମରସ ମୁଖୀ ମରମକୁ ଯୋଖି ବିନ୍ଧେ ଫୁଲଧନୁ

4

ତାପ ଦିଏ ହିମଭାନୁ ତନୁରେ ଫୋଟକା ହେଉଅଛି ଏକା ଘନସାର ବିଲେପନୁ

5

ତୁମ୍ଭ ଅବଲୋକନୁ ଭାଷେ ଜଗଦ୍ଦେବ ତାର ପ୍ରାଣ ଯିବ ଶ୍ରୀଅଙ୍ଗଟି ହେଲା ତନୂ

Sources

Cite this record


Last updated 2026-11-01. Record as JSON