Asa asa sakhi jiba
ଆସ ଆସ ସଖି ଯିବା
Text
Ghoṣā
ଆସ ଆସ ସଖି ଯିବା ବାସକୁ ଗୋ
1
ଆଉ ରହିଲେ ଏ ବନେ ଅସତୀ ବୋଲିବେ ଜନେ ଅବଶ୍ୟ କରିବେ ଉପହାସକୁ ଗୋ
2
ଅଖିଳ ଲାବଣ୍ୟ ଶିରୀ ଆଉ କି ଆସିବେ ହରି ଅରୁଣ ଭଜିଲା ପରକାଶକୁ ଗୋ
3
ଆମ୍ଭ ଅବସ୍ଥା ସଜନୀ ଆଗରେ ରଖି ପଦ୍ମିନୀ ଅଧରେ ଧରିଛି ଦରହାସକୁ ଗୋ
4
ଆନ ନାଗରୀକୁ ଧରି ଆରମ୍ଭିଲେ ନିଶ୍ଚେ ହରି ଅନଙ୍ଗ ରଙ୍ଗରେ ଅଭିଳାଷକୁ ଗୋ
5
ଆର୍ତ୍ତି କହେ ଜଗଦ୍ଦେବ ଆଉ କି ସତେ ଆସିବ ଅଭିନବ କୁଞ୍ଜବନ ରାସକୁ ଗୋ