Gīta

Gumana kariba brutha re

ଗୁମାନ କରିବା ବୃଥା ରେ

Text

Ghoṣā

ଗୁମାନ କରିବା ବୃଥା ରେ ସଙ୍ଗିନୀ ଗୁମାନ କରିବା ବୃଥା ଗତି ତ ନ ଥିବ ଘନଶ୍ୟାମ ବିନୁ ଖଣ୍ଡିବାକୁ କାମ ବ୍ୟଥା

1

ଗରବ ପରବ ଚନ୍ଦ୍ରମାକୁ ନିନ୍ଦେ ଯେଉଁ ଶିରୀମୁଖ ଦ୍ୟୁତି ଗଲେ ଯିବ ପଛେ ଜୀବ ଆଉ ଥରେ ଦେଖିବାକୁ ବଳେ ମତି

2

ଗଗନ ମଣି ତନୟା ତଟଚାରୀ ବାରିରୁହ ଚାରୁ ନେତ୍ର ଗାଢ଼ ପରିରମ୍ଭ ବିନା ସଖି ଦମ୍ଭ ଭଜି ପାରେ କି ମୋ ଗାତ୍ର

3

ଗୁରୁ ହେଲାନି ପିନ୍ଧିବା ସରୁ ବାସ ବାସରେ ନ ରହେ ମତି ଗୋଟିଏ ବାସର କଳପ ମଣଇଁ ଦେଖି ବାସନ୍ତୀକ ରୀତି

4

ଗରଳ ପରି ଉପବନ ପବନ ଲାଗୁଅଛି ମୋତେ ସଖି ଗଲାଟି ଜୀବନ ଭଣେ ଜଗଦ୍ଦେବ ଆଉ ନ ପାରେ ମୁଁ ରଖି

Sources

Cite this record


Last updated 2026-11-01. Record as JSON