Mo dhana ta rusila
ମୋ ଧନ ତ ରୁଷିଲା
Text
Ghoṣā
ମୋ ଧନ ତ ରୁଷିଲା ପରି ଦିଶିଲା ରେ
1
କରମ ଅବଳ ହେବାରୁ କେବଳରେ ପୀୟୂଷ ରସରେ ବିଷ ମିଶିଲା ରେ
2
ଭ୍ରମେ ମୋ ମାନସ ଛୁଇଁଥିଲେ ଦୋଷରେ ପ୍ରଭୁ ତ ସେ କାହିଁକି ନ କଷିଲା ରେ
3
ଅନ୍ୟ ପ୍ରୀତି ବିନା ନ ଜାଣେ ନବୀନାରେ ତା ମନେ ଗୁମାନକୁ କେ ପେଷିଲା ରେ
4
ରସମୟ ବିନା ମୋ ସହୀଟି ସିନା ରେ ତାକୁ ରୋଷ ନଜରେ କେ ତୋଷିଲା ରେ
5
ମୁଁ ଯେବେଟି ଦୋଷୀ ମତେ ତ ନ ଭାଷିଲା ରେ ନଖ କୁନ୍ତେ ବସୁଧାକୁ ଭୁଷିଲା ରେ
6
ଅଷ୍ଟଦୁର୍ଗ ପତି ଚିତ୍ତେ ଚିନ୍ତି ନିତି ରେ ହସି ଅନାଇଁବି କେହି ସୁଶୀଳା ରେ