Gīta

Jauchi ma aau na pare

ଆଉ ନ ପାରେ ତାକୁ ଟାକି

Text

Ghoṣā

ଯାଉଛି ମା ଆଉ ନ ପାରେ ତାକୁ ଟାକି

1

ସଂବେଶ ବେଶ ଭୋଜନେ ଲୋଡ଼ି ମୋତେ ଗୁରୁଜନେ ଚଳିହେଉଥିବେ ପରା ଡାକି

2

ନିତି ଧରି ଦୂତୀ କର ଯତନେ ଅରଜିବାର ଚୋର ପୀରତିରେ ଏ କି ଚାକି

3

ହଜାର ହଜାର ଯାର ପ୍ରଣୟବତୀ ବଜାର ତହୁଁ କେହି ରଖିଥିବ ଜାକି

4

ବ୍ରଜୁଁ ହୁଅନ୍ତେ ବାହାର ତା ପଦପଙ୍କଜେ କାର କୁଚାଚଳେ ରହିଥିବ ଠାକି

5

ତୁଚ୍ଛାକୁ ତ ଶ୍ୟାମ ପ୍ରୀତି ଲମ୍ପଟା ବୋଲି ମୋ ଖ୍ୟାତି ନ ରହିବ ପୁଣି ସିନା ବାକି

6

ଅବଶ୍ୟ ତୋ ଜୀବ ଯିବ ନେଲେ ନେବ ମନୋଭବ ରଖିଲେ ରଖିବେ ଶ୍ରୀ ପିନାକୀ

7

ଜଗଦ୍ଦେବ ଭାଷା ଶୁଣି ଆଳି କହିଲେ ମୁଁ ଆଣି ଏବେ ଭେଟାଇଲେ କି ହେଲା କି

Sources

Cite this record


Last updated 2026-11-01. Record as JSON