Rati murati syama pritire
ରତି ମୂରତି ଶ୍ୟାମ ପ୍ରୀତିରେ
Text
Ghoṣā
ରତି ମୂରତି ଶ୍ୟାମ ପ୍ରୀତିରେ ନ ଜାଣୁ ପରା ପରମାଣୁ ମଧ୍ୟା ରେ
1
ଗଣ୍ଡେ ଦୂରକୁ ଦିଶେ ମଞ୍ଜୁଳ ଗଣ୍ଡେ କାହାର ତାମ୍ବୁଳ ବୋଳ ମଣ୍ଡେ କି ଚିହ୍ନ ଦନ୍ତ ଦୂକୁଳ ଦଣ୍ଡେ ବସି ଦେଲୁ କି ରସ ପରିଚିତି ରେ
2
ନୀବି ନିବିଡ଼ତା ନାହିଁ କିଛି ଲିଭି ଅଛି ମୃଗମଦ ମାଛି ଜୀବିତେଶ ତୋହର ଶ୍ରୀବତ୍ସି କି ବିହିଲେ ବଦ ମଦଦ୍ୱିରଦ ଗତି ରେ
3
ମୁଁ ଟିକିଏ ହେଲେ ଶୁଣିଥାଏଁ ଲୁଟିଗଲା କି ଲାଜ ଥୋକାଏ ଲୁଟିବାରେ ମାର ପୁର ଯାଏ ଫୁଟି ଝଡ଼ିଗଲା କି ସେଫାଳିକା ତତି ରେ
4
ସୁଖ ଲୋଭରୁ ବନ୍ଧୁକାଧରା ରଖ ବୋଲି ନାହୁଁ ଥରେ ପରା ନଖ କ୍ଷତେ ହେଜା ତନୁ ପୂରା ଅଖଣ୍ଡିତ କଲ କି କାମିତ ସନ୍ତତି ରେ
5
କି ସାହସ କଲୁ ସତେ ଆଳି ନିଶାଯାକ ଜାଗରେ ପ୍ରବଳି କଷା ଦିଶୁଛି ନେତ୍ର ଯୁଗଳି ହସା ଲାଗୁଛି ଆଜ ଅନାଇଁ ତୋ ଦ୍ୟୁତି ରେ
6
ତୂଳି ତଳପ ବରଜି ଫୁଲ ଧୂଳି ସମାଜ କି ଶେଯ କଲ ଗୁଳି ବାଜିଲା ପରି ତ ଗଲ ଲୁଳିଯାଇଛି ଅଳକ ମୋତି ସୀମନ୍ଥିରେ
7
ଆସେଚନକ ଆଜ ଏ ଶୀରି ବାସେ ଉତ୍ପଳ ମିଶା କସ୍ତୁରୀ ନାଶେ ମାନସ ବ୍ୟଥା ବଲ୍ଲରୀ ଭାଷେ ବସୁଦୁର୍ଗ ଧରାବଳୟ ପତି ରେ