Gīta

Re mo jibana mu ki

ରେ ମୋ ଜୀବନ ମୁଁ କି

Text

Ghoṣā

ରେ ମୋ ଜୀବନ ମୁଁ କି ମୀନ ମୀନନେତ୍ରା ତୁ ମୋ ଜୀବନ ରେ ମୋର ମାନସ ବିହଗରାଜି ବନ

1

ସାକରସାର ମଧୁର ଭାଷୀ କାରକରକର କିରଣ ହାସୀ ନାକରମଣୀ କି ଟାକର ମାରୁଛି ତୋ କର ପଇଠଧରା ଦାସୀ ରେ

2

କୁସୁମୋତ୍ସବ ବିଚ୍ଛେଦ ଯୁଗୁ ଲାଗି ଡକାଇତ ଲାଗୁ ଲାଗୁ ଲଳନା କଳନା ନ ପଡ଼ି କଳା ନା -ଗବଲ୍ଲୀ ଗେଲେ ମାଗୁ ରେ

3

ଛାମୁରେ ଛାଇ ନ ପଡ଼ୁ ବୋଲି ଛଡ଼ା ହୋଇ ମୁଁ ଯେ ଛିଡ଼ା ହେଲି ଛୁଇଁଲ ଯେ ବୋଲି ଛଇଳୀ ହସି ମୋ ଛାତିକି ଉରଜେ ଦେଉ ପେଲି ରେ

4

ତୁ କାହା ଦୁଃଖପାଶୋରା କି ରେ ବୋଲି ମୁଁ ପଚାରେଁ ପ୍ରେମ ଗିରେ ତୁମ୍ଭର ବୋଲିବା ଦମ୍ଭରେ ଦମ୍ଭୋଳି କଚାଡ଼ୁ ମୋ ଦୁଃଖଗିରି ଶିରେ ରେ

5

ମେଲାଣି ହେବି କି ଯେବେ ବୋଲେଁ ମୁଁ କି ଜାଣଇ ମା ଭାଷି ଗେଲେ ମୋ ପିନ୍ଧା ବାସ ଶେଷକୁ ଛନ୍ଦିଥାଉ ଅଙ୍ଗୁଳି ଅସ୍ଫୁଟ ଚମ୍ପାଫୁଲେ ରେ

6

ସ୍ମିତ ସୁଧା ବିନ୍ଦୁ ଝଡ଼ୁଥାଇ ରତର ପ୍ରସଙ୍ଗ ବଢ଼ୁଥାଇ ଚିତ୍ତେ ତୋ ଯହିଁ ଦଉଡ଼ୁଥାଇ ଚାରୁ ଚାହାଣୀରୁ ଚିହ୍ନା ପଡ଼ୁଥାଇ ରେ

7

ପ୍ରତି ପ୍ରବନ୍ଧେ ମଜ୍ଜାଇ ମଜ୍ଜା ନିତି ହେଉଛୁ ବାସକସଜ୍ଜା ଗୋଟିକି ଗୋଟୀଏ ରାଣ ଲଙ୍ଘି ନଖି ବୋଲୁ ଯେ କାହିଁକି ଏଡ଼େ ଲଜ୍ଜା ରେ

8

କ୍ଷଣକେ ମୋ ଦୋଷ ଦଶ କୋଟି କ୍ଷମା ନ କଲେ ମୁଁ ସରିଲିଟି ଅଖଦଡ଼ ଅବଧାନରୁ ଶ୍ରୀଅଙ୍ଗେ ନଖଦନ୍ତ କ୍ଷତ କରଇଟି ରେ

9

ଏ ସ୍ନେହ ପୀୟୂଷ ବରଷାରୁ ଏହି ଅନୁରାଗ ଭରସାରୁ କର ସାରସ ଲୋଚନା କବିରବି ବଳାଇଛି ତୋତେ ଘରଷାରୁ ରେ

Sources

Cite this record


Last updated 2026-11-01. Record as JSON