Gīta

Nanda nandana badana chandramaku

ନନ୍ଦନନ୍ଦନ ବଦନ ଚନ୍ଦ୍ରମାକୁ

Text

Ghoṣā

ନନ୍ଦନନ୍ଦନ ବଦନ ଚନ୍ଦ୍ରମାକୁ ଦେଖି ସଖି ବାଇ ହୋଇଲୁ କି ଗୋ

1

ଘନବରନଙ୍କୁ ମନମୋହନା ତୁ ହୃଦ ସମ୍ପୁଟରେ ଥୋଇଲୁ କି ଗୋ ମନ ଛନ୍ନଛନ୍ନେ ନେତ୍ର ଥନଥନେ ପ୍ରିୟ ସଖୀ କର ଧଇଲୁ କି ଗୋ

2

ଅନବରତେ ତା ସନମତ୍ତ ପାଇଁ ଯମୁନା ପାଣିକି ଧାଇଁଲୁ କି ଗୋ ଜନ ଶୂନ୍ୟ ପଥେ ମନସିଜ ହାତେ ଏତେ ପରାଭବ ପାଇଲୁ କି ଗୋ

3

ଅନୁରାଗ ଛଳେ ବନୁ ଫୁଲ ତୋଳି ଉପହାର ଦେବି ବୋଇଲୁ କି ଗୋ ତନୁ ତା ତନୁରେ ମିଶାଇବା ପାଇଁ ଧନୁ ଭୂରୁ ଚାଳି ଚାହିଁଲୁ କି ଗୋ

4

ଭାନୁସୁତା କୂଳେ କେଳି ନୀପ ମୂଳେ କାହ୍ନୁ ସ୍ନେହ ଭାଳି ହୋଇଲୁ କି ଗୋ

5

ଦିନୁ ଦିନ ତୋର କି ନୂତନ ପ୍ରୀତି କଳ୍ପଲତାକୁ ବଢ଼ାଇଲୁ କି ଗୋ ମନୁ ପାଶୋରିବୁ ନାହିଁ ବେଣୁଧର ବିନତିକି ମାନି ରହିଲୁ କି ଗୋ

Sources

Cite this record


Last updated 2026-11-01. Record as JSON