Gīta

Jaya he jaya radha syamasundara

ଜୟ ହେ ଜୟ ରାଧା ଶ୍ୟାମସୁନ୍ଦର

Text

Ghoṣā

ଜୟ ହେ ଜୟ ରାଧା ଶ୍ୟାମସୁନ୍ଦର ମୂର୍ତ୍ତି ହେ ଶ୍ରୀ ବୃନ୍ଦା କାନନ ପ୍ରେମ ଦମ୍ପତି

1

କଷିତ ତପତ କାଞ୍ଚନ ବରନୀ ନବ ଜଳଧର ଶ୍ୟାମଳ କାନ୍ତି ବ୍ରଜବାସୀଙ୍କର ନୟନ ରଞ୍ଜନ ଭକ୍ତମାନଙ୍କର ହୃଦ ସମ୍ପତ୍ତି । ଅଗତି ଗତି ରାଇ ଶ୍ରୀପତି ଗୋଲକ ଶୋଭା ମଣ୍ଡିଲ ଧରିତ୍ରୀ

2

ଶିରେ ଶିଖିପୁଚ୍ଛ ସୁମଞ୍ଜୁଳ ବେଣୀ ଗଳେ ବନମାଳ ଶ୍ରୀ ବୈଜୟନ୍ତୀ ନୀଳ ପୀତ ପଟ ଦିଶେ ଝଟ ଝଟ ଅଧରେ ମୋହନ ମୁରଲୀ ଗୀତି । ଯୁଗଳ ଛାତି ଦର୍ଶନେ ଯତି ଆନନ୍ଦ ସାଗରେ ନିମଜ୍ଜି ଯାନ୍ତି

3

କାଳିନ୍ଦୀର କୂଳେ କେଳି ନୀପ ମୂଳେ ବିଜୟେ ବେଷ୍ଟିତା ବ୍ରଜ ଯୁବତୀ ଯୁଗଳ ଚରଣ ଛନ୍ଦିବା ମାଧୁରୀ ଆହା କି ସୁନ୍ଦର ମଧୁର ଗତି । ସଖୀଙ୍କ ପ୍ରତି ମଞ୍ଜୁ ଭାରତୀ ଭାଷିବାର ଆହା କୋମଳ ଅତି

4

ଯେ ଯାହାର ସେବା ବିଧାନେ ଖଟିବା କି ଅପୂର୍ବ ଭାବ ହୃଦେ ଆଣନ୍ତି ମଞ୍ଜରୀ ନିକର ମଧ୍ୟେ ବେଣୁଧର ସେବିବ କି ସତେ କରି ବିନତି । ଶ୍ରୀ ଗୁରୁ ଉକ୍ତି ମାନସେ ଚିନ୍ତି ଲଭିବ କି ଅନ୍ତେ ବ୍ରଜ ବିଭୂତି

Sources

Cite this record


Last updated 2026-11-01. Record as JSON