Jaya jagajjana hitakari
ଜୟ ଜଗଜ୍ଜନ ହିତକାରୀ
Text
Ghoṣā
ଜୟ ଜଗଜ୍ଜନ ହିତକାରୀ ହେ ପ୍ରଭୁ ଶ୍ରୀ ନୀଳାଚଳ ବିହାରୀ
1
ଦୈତ୍ୟକୁଳ ବିନାଶକାରୀ ନାମ ବହିଅଛ ଦଇତ୍ୟାରି ଶଙ୍କାସୁରକୁ ହେଳେ ସଂହାରି ହେ ପ୍ରଭୁ ବେଦ ଆଣିଲ ଉଦ୍ଧାରି
2
ପୁଣି କଚ୍ଛପ ରୂପେ ଶ୍ରୀ ହରି ଚକ୍ରାକାରେ ଅବନୀକି ଧରି ହୋଇ ବରାହ ରୂପ ମୁରାରି ହେ ପ୍ରଭୁ ଦନ୍ତେ ମହୀ ରକ୍ଷା କରି
3
ନରସିଂହ ମୂର୍ତ୍ତି ହୋଇ କରି ଭକ୍ତ ଛଳେ ହିରଣ୍ୟ ବିଦାରି ପ୍ରହ୍ଲାଦକୁ ସ୍ୱର୍ଗେ ଇନ୍ଦ୍ର କରି ହେ ପ୍ରଭୁ ଭୁଞ୍ଜାଇଲ ସୁଖ ଶିରୀ
4
ଦିବ୍ୟ ବାମନ ମୂରତି ଧରି ବଳି ଦ୍ୱାରେ ହୋଇଲ ଭିକାରୀ ତିନି ପାଦ ଦାନ ମାଗି କରି ହେ ପ୍ରଭୁ ଚାପିଲ ପାତାଳ ପୁରୀ
5
ପର୍ଶୁରାମ ରୂପେ ପର୍ଶୁ ଧରି କ୍ଷତ୍ରିୟଙ୍କୁ ରଣେ ଜିଣି କରି ରାମ ରୂପେ ଲଙ୍କା ଧ୍ୱଂସ କରି ହେ ପ୍ରଭୁ ସୀତା ଆଣିଲ ଉଦ୍ଧାରି
6
ଗୋପେ ନନ୍ଦ ଘରେ ଜନ୍ମି କରି ହଳ ମୂଷଳ ଧାରଣ କାରୀ ବୌଦ୍ଧ ରୂପେ ରହି ନୀଳଗିରି ହେ ପ୍ରଭୁ ମହିମା ଅଛ ବିସ୍ତାରି
7
କଳି ଶେଷେ କଳ୍କି ଅବତରି ମ୍ଳେଚ୍ଛ ସିଂହାରିବ ଖଡ଼୍ଗ ଧରି ବେଣୁଧର ଶ୍ରୀପଦେ ଭିକାରୀ ହେ ପ୍ରଭୁ ଭବାବ୍ଧିରୁ କର ପାରି