Gīta

Ki mohana muratiti se

କି ମୋହନ ମୂରତିଟି ସେ

Text

Ghoṣā

କି ମୋହନ ମୂରତିଟି ସେ ନନ୍ଦର ବଳା ଗୋ ନାରୀଭୁଲା ମନ୍ତରକୁ କିଏ ଦେଲା ଗୋ

1

ମନ୍ଦ ମନ୍ଦ ହାସ ତାର ନାସାପୁଡ଼ା ଫୁଲା ଗୋ ଭୂରୁ ଚଳାଇବା ଭଙ୍ଗୀ ନେତ୍ର ଡୋଳା ଖେଳା ଗୋ

2

ସ୍ମିତାଧରେ ମୁରଲୀଟି ସାଜିଅଛି ଭଲା ଗୋ ନବଘନ ଜିଣି କାନ୍ତି ସୁଚିକ୍କଣ କଳା ଗୋ

3

ବୋଲେ ବେଣୁଧର ସେହି ଲାବଣ୍ୟ ପିତ୍ତୁଳା ଗୋ ବ୍ରଜବଧୁ ଚିତ୍ତ ସୁଖ ସାଗରକୁ ଭେଳା ଗୋ

Sources

Cite this record


Last updated 2026-11-01. Record as JSON