Gīta

Chhana heli sakhi syama

ଛନ ହେଲି ସଖି ଶ୍ୟାମ

Text

Ghoṣā

ଛନ ହେଲି ସଖି ଶ୍ୟାମ ଛବି ଦେଖି ଛାଡ଼ ତୁ ତା କଥା କହନା ଲୋ ଛେଦିଦେଲା ସେ ମୋ ଧଇର୍ଯ୍ୟ ତରୁକୁ ତୁ ପୁଣି ତାହାକୁ ଦହନା ଲୋ

1

ଛୋପରା ପଣିଆ ନ ଜାଣୁ କି ତାର ଛଇଳ ନାଗର ଯାହା ନା ଲୋ ଛନ୍ଦ ମନ୍ଦ ବାଣୀ ନନ୍ଦ ନନ୍ଦନର ଫାନ୍ଦରେ ତାହାର ପକାନା ଲୋ

2

ଛେଲ ପରି ଲାଗେ ତା ଗେଲ ବଚନ ମୋତେ ତୁ ଏଥି ଅଟକାନା ଲୋ ଛପି ରହିଅଛି ଏହି ନିକୁଞ୍ଜରେ ଚାଲ ଚାଲ ଦଣ୍ଡେ ରହନା ଲୋ

3

ଛାଟି ନେବ ନେତ୍ର ବଡ଼ଶୀ ମୁନରେ ହୃଦରୁ ନିଶ୍ଚୟ ଚେତନା ଲୋ ଛାର ମାର ମରମରେ ଯାହା କରେ ବଂଶୀରେ ଡାକିଲେ ମୋହନ ଲୋ

4

ଛୁଇଁଦେବ ଯେବେ ରହିବ କି ଦମ୍ଭ ବଡ଼ାଇ ଗୁମାନ କେତେ କି ଲୋ ଛତ୍ରପତି ପୁତ୍ରୀ ଶ୍ରୀମତୀ ଦୂତୀକି କହେ ବେଣୁଧର ଭାବନା ଲୋ

Sources

Cite this record


Last updated 2026-11-01. Record as JSON