Gīta

Nanda suta chhandare kali

ନନ୍ଦସୁତ ଛନ୍ଦରେ କାଲି

Text

Ghoṣā

ନନ୍ଦସୁତ ଛନ୍ଦରେ କାଲି କି ଯୋଗରେ ସଖୀ ମୁଁ ପଡ଼ି ଗଲି

1

ଏକା ହୋଇ ଗଲି ଯମୁନା କେଳି ନୀପ ମୂଳରେ କହ୍ନା ଉଭା ହୋଇଥିଲା ଶୋଭା ଚାହିଁ ଭଲା ଲୋଭା ହୋଇ ଧୈର୍ଯ୍ୟ ହଜାଇ ଦେଲି

2

ତାର ବଂଶୀ ସ୍ୱନକୁ ଶୁଣି ନ ଚଳିଲା ମୋ ପାଦ ପାଣି ଲଭିଲି ବିଷାଦ ମନେ ହେଲା ଖେଦ ବିବେକ ହରାଇ ଦେଇ ବସିଲି

3

କେତେବେଳେ ମୋହନ ବଂଶୀ -ଧାରୀ ମୋହ ପଛରୁ ଆସି ବେନି କରେ ମୋର ବେନି ଚକ୍ଷୁ ବୁଜି ନ ଛାଡ଼ିଲେ ଯେତେ ବିନୟୀ ହେଲି

4

ବୋଇଲେ ତୁ ନିୟମ କର ମୁଁ ତୋ ହୋଇଥିବି ଚାକର ତେବେ ନୟନରୁ ଛାଡ଼ିଦେବି କର ବେଣୁଧର ବୋଲେ ସମ୍ମତ କଲି

Sources

Cite this record


Last updated 2026-11-01. Record as JSON