Gīta

Se kalia jaha kala kali

ସେ କାଳିଆ ଯାହା କଲା କାଲି

Text

Ghoṣā

ସେ କାଳିଆ ଯାହା କଲା କାଲି ଗୋ ସଖୀ ଅଖଞ୍ଜେ ତା ଆଗେ ପଡ଼ିଗଲି ଗୋ

1

ମୋ ତୁଲେ ନ ଥିଲେ କେହି ଯାଉଁ ଯମୁନା ଗାଧୋଇ ନୀପ ତରୁ ମୂଳେ ଚାହିଁ ଦେଲି ଗୋ

2

କି ମୋହିନୀ ଜାଣେ ସେହି ପାହୁଣ୍ଡେ ନ ଯାଇ ନାହିଁ ଥକା ହୋଇ ମୁଁ ତ ରହିଗଲି ଗୋ

3

ତହୁଁ ସେ ମୋ ପାଶେ ଆସି କହିଲେ ଯାହା ଆଶ୍ୱାସି ବଖାଣି ବସିଲେ ଲାଜେ ମଲି ଗୋ

4

ବେଣୁଧର ବୋଲେ ଶୁଣି ମୁଁ ତା ଜାଣି ପାରିଲିଣି କିସ ଲୁଚାଉଛି ରସବଲ୍ଲୀ ଗୋ

Sources

Cite this record


Last updated 2026-11-01. Record as JSON