Kaha ki upaya aau re sangini
କହ କି ଉପାୟ ଆଉ ରେ ସଙ୍ଗିନୀ
Text
Ghoṣā
କହ କି ଉପାୟ ଆଉ ରେ ସଙ୍ଗିନୀ କହ କି ଉପାୟ ଆଉ ଦେଖିଲା ବେଳୁ ସେ ମୋହନ ମୂରତି ମଦନ ଦେଲାଣି ଦାଉ
1
କୁଳଶୀଳ ଲାଜ ମହତ ଆବର ଜାତି ପଛକେ ମୋ ଯାଉ ମୁଁ ଯେ ମୂରୁଛିଲେ ନେତ୍ର ନ ମୂର୍ଚ୍ଛଇ ସେ ମୋ ମନକୁ ମଜ୍ଜାଉ
2
ମୋ ମନ ତ ତହିଁ ବୁଡ଼ି ରହିଲାଣି ଥରେ ଅନାଉଁ ଅନାଉଁ ଅପକୀରତି ଶୋଚନା ମୋ ନାହିଁ ତୁ କିମ୍ପା ମୋତେ ଭଙ୍ଗାଉ
3
ତ୍ରିଭଙ୍ଗିମା ଠାଣି ବଙ୍କିମା ଚାହାଣୀ ଅଙ୍ଗ ଦିଶେ ଦାଉ ଦାଉ ଛବି ନଟବର ନବୀନ ସୁନ୍ଦର ମୋ ଗଳେ ଭୁଜ ବେଢ଼ାଉ
4
କୋଟି କାମ ଶିରୀ ଯା ବିଗ୍ରହେ ପୂରି ତା ପ୍ରୀତିରେ ଦିନ ଯାଉ ବେଣୁଧର ଭାଷି ହେବି ତାଙ୍କ ଦାସୀ ପିଣ୍ଡେ ପ୍ରାଣ ଥାଉଁ ଥାଉଁ