Gīta

Kalia kalia boli e jibana jau go

କାଳିଆ କାଳିଆ ବୋଲି ଏ ଜୀବନ ଯାଉ ଗୋ

Text

Ghoṣā

କାଳିଆ କାଳିଆ ବୋଲି ଏ ଜୀବନ ଯାଉ ଗୋ ଭାଳି ବସିଲା କେ ମୋତେ ନ ଦିଶେ ଆଉ

1

ଆଳି ସେ ମୋର ସଙ୍ଖାଳି ଚିତ୍ତଚୋରା ବନମାଳୀ ଟାଳି ଅଭିମାନ ରାଧା ତା ଗୁଣ ଗାଉ

2

ଢାଳି ନେତ୍ରୁ ଅଶ୍ରୁବାରି ଧ୍ୟାନ କରି ବଂଶୀଧାରୀ ପାଳିଥିବି ଦୃଢ଼ ବ୍ରତ କୀରତି ଥାଉ

3

କାଳି ଲାଗୁ ପଛେ କୁଳେ ନ ରଖନ୍ତୁ ଏ ଗୋକୁଳେ ଝାଳି ଛନ୍ଦା ପଦେ ମନ ପ୍ରାଣ ବିକାଉ

4

ତାଳି ମାରି ଅସହଣୀ ହସିଲେ ହସନ୍ତୁ ପୁଣି ଥାଳି ସେ ମୁଁ ଯୋଗିନୀର କେ ନ ଖସାଉ

5

ଚାଳିବା ଭୂରୁ ତା ଚାହିଁ ବାଳୀଶ ହେବାର ରାଇ ମାଳି କରି ବେଣୁଧର କୃଷ୍ଣ ଭଜାଉ

Sources

Cite this record


Last updated 2026-11-01. Record as JSON