Gīta

Kanja nayana kisori janitha re

କଞ୍ଜନୟନା କିଶୋରୀ ଜାଣିଥା ରେ

Text

Ghoṣā

କଞ୍ଜନୟନା କିଶୋରୀ ଜାଣିଥା ରେ କଥା ପଦକ ମନକୁ ଆଣିଥା ରେ

1

କଲା ବେଳେ ଅଭିସାର ସେ ଯମୁନା ପଥେ କଦମ୍ବ ମୂଳକୁ ନ ଚାହିଁବୁ ଆଡ଼ ନେତ୍ରେ

2

କନକଗୋରୀ ମାନଙ୍କୁ ରହିଛି ଯେ ଟାକି କଳାପିଚୂଳିଆ କହ୍ନା ରଖିବ କି ବାକି

3

କଳଙ୍କଲଗା ମୋହିନୀ ଶିଖିଛି ସେ କାହୁଁ କରିଦିଏ ବୁଦ୍ଧି ବଣା ପରା ଚାହୁଁ ଚାହୁଁ

4

କବିଚନ୍ଦ୍ର ବେଣୁଧର କହଇ ଏ ଗୀତେ କୁଞ୍ଜବନ କାଳିଆକୁ ନ ଯିବୁ ପରତେ

Sources

Cite this record


Last updated 2026-11-01. Record as JSON