Priya sakhi karibi ki buddhi go
ପ୍ରିୟସଖି କରିବି କି ବୁଦ୍ଧି ଗୋ
Text
Ghoṣā
ପ୍ରିୟସଖି କରିବି କି ବୁଦ୍ଧି ଗୋ ଗଲିନି ମୁଁ ଲାଜେ ସଢ଼ି କେଉଁ ଗୁଣେ ରସି ନିକୁଞ୍ଜବିଳାସୀ ଅଛନ୍ତି ମୋ ଠାରେ ଜଡ଼ି
1
ମୁଁ ତ ଯଉବନ ମଦରେ ଗୁମାନ ମନ୍ଥର ଚାଲି ନ ଜାଣେ ମୋତେ ଜଳକେଳି ଅଳସୀ ମରାଳୀ ଗମନା ବୋଲନ୍ତି କେଣେ
2
ବ୍ରଜେ କେତେ ବାମା ନାହାନ୍ତି ସୁଷମା ସମ୍ଭାରେ ରମ୍ଭାରୁ ବଳି ସେ ଶିଖଣ୍ଡଚୂଳ ନୟନ ଅଞ୍ଚଳ ଆନେ ତ ନ କଲା କେଳି
3
ମୁଁ ଚାହିଁ ନ ଜାଣେ ଲବେ ନେତ୍ର କୋଣେ ନଚାଇ ଭୂରୁକୁ ଗେଲେ ତେବେ ପୀତପଟ ନଟ ଖଞ୍ଜରୀଟ ନୟନା ମୋ ନାମ ଦେଲେ
4
ମନ ଜାଣିବାକୁ ଯେଉଁ ଦିନ ଭଲେ ନ ମଜାଇ କଣ୍ଠ ଭୂଷା ବିଗୁଣ ନ ଘେନି ଦ୍ୱିଗୁଣ ସେ ଦିନ କରନ୍ତି ଶୋଭା ପ୍ରଶଂସା
5
ଏଥୁଁ ଅବା ଖେଦ ହେଉଛି କି ମୋଦ ନ ଜାଣନ୍ତି ଆନ ସଖୀ କ୍ଷିତିପତି ବୃନ୍ଦ ମୁକୁଟ ମୁକୁନ୍ଦ ଦେବ କେବଳ ମୋ ସାକ୍ଷୀ