Khacha bachana ku sata
ଖଚ ବଚନକୁ ସତ
Text
Ghoṣā
ଖଚ ବଚନକୁ ସତ ମଣିକି ରେ
1
ଅଦରଶେ ଥିବା ବାଙ୍କ ଗଙ୍ଗା ଜଳେ ଅଛି ପଙ୍କ ରବି ବିମ୍ବରେ କଳଙ୍କ ଭଣିକି ରେ
2
ଭୃତ୍ୟର ବିଶ୍ୱାସ ଦେଖି କରିଥାଇ ଯେବେ ସୁଖୀ କାଳେ ତା ଚିତ୍ତରେ ରଖି ଟାଣିକି ରେ
3
ମଦନ ଅମଳ ବଶେ କ୍ଷତ ଯେବେ ଦନ୍ତବାସେ ଦିଶଇ ଏ ଦୋଷ ଦୋଷେ ଗଣିକି ରେ
4
ଯେବେ ପ୍ରଭୁପଣ କରି ପାରିବୁ ହିରଣ୍ୟଗୋରୀ ଜିଣିଯିବି କରେ ଧରି ଫଣୀକି ରେ
5
ଲଭିବାରୁ ମୁଁ ପଣ୍ଡିତାବର ତୋ ପରିଚାରିତା ଲକ୍ଷ୍ୟ ନ କରେଁଟି ଚିନ୍ତାମଣିକି ରେ
6
ଏଣିକି ତୋ ଅନୁଗ୍ରହ ନୋହିଲେ ମୋ ରିପୁବ୍ୟୂହ କହିବ ମୋ ପାଇଁ ଦେହପଣିକି ରେ
7
ଅଗଣିତ ଆନ ମନ ଅନାଅ ବରଜି ମାନ ରାୟଗୁରୁ କବିଦିନମଣିକି ରେ