Sari gala je laje
ସରି ଗଲା ଯେ ଲାଜେ
Text
Ghoṣā
ସରି ଗଲା ଯେ ଲାଜେ ରହି ନ ପାରେ ସହୀ ସମାଜେ
1
ନଗତିଳକ ଉରୋଜାଏ ଅଛନ୍ତି ଅଗଣିତେ ଅନୁସରି ହେ ଜଗତୀ ଲଲାମ ଚମ୍ପାଝରା ନାମ ଯୋଗ୍ୟ କି ଏକା କିଶୋରୀ ହେ
2
ଘେନାଇ କହିଲେ ହେଲେ ନେତ୍ରାଞ୍ଚଳେ ଅନାଇ ତ ସେ ନ ଜାଣୈ ହେ ତାକୁ ନଟ ଖଞ୍ଜରୀଟ ନେତ୍ରା ବୋଲି ଡାକୁଥାଅ ତୁମ୍ଭେ କେଣେ ହେ
3
ତୁମ୍ଭ ଉରେ ସ୍ତନ କୁମ୍ଭ ନତ ତନୁ ଲତା ଯେ ମଣ୍ଡାଏ ନାହିଁ ହେ ବହିଯିବ ବୋଲି ଶୋଭା ପୀୟୂଷ କି ରହିଥାଅ ଏକା ଚାହିଁ ହେ
4
ତାରୁଣ୍ୟ ଗରବେ ବାଳା ସେ ତ କେବେ ଚାଲିକି ନ କରେ ଚାରୁ ହେ ସଡ଼ୁଅଛି କେଳି ଲାଳସୀ ମରାଳୀ ଗତି ବୋଲି ଡାକିବାରୁ ହେ
5
ଅଧର ମାଧୁରୀ ଅଭିମାନେ ପୂରି କେତେ ନାଗରୀ ନାହାନ୍ତି ହେ ତା ଦଶନ ଅଙ୍କ ଥିବା ପାନ ରଙ୍କ ପରି ମାଗିବାର ନିତି ହେ
6
ପ୍ରେମାଦରେ ଅବା ପ୍ରମାଦରେ ବାଣୀ ଶୁଣିବା ଚିତ୍ତ କାହିଁକି ହେ ସରସ ଶ୍ଳେଷ ମଦ କଳକୋକିଳ ବଚନା ବୋଲି ନାହିଁକି ହେ
7
ଜଗଦ୍ଦେବ ବନ୍ଦି ଜଣାଇଲେ ଇନ୍ଦୀ -ବର ଶ୍ୟାମ ବଂଶୀପାଣି ହେ ତୁମ୍ଭେ ସେ ତରୁଣୀ ଚାଲିବା ସରଣୀ ପରାଗେ ଗଡ଼ିବା ଜାଣି ହେ