Ehi sehi ki mo sahi
ଏହି ସେହି କି ମୋ ସହି
Text
Ghoṣā
ଏହି ସେହି କି ମୋ ସହି ସତ କହଟି
1
କହିବାକୁ ଜିହ୍ୱାଞ୍ଚଳ କରୁ କରୁ ତ ଚଞ୍ଚଳ ସ୍ମରସର୍ପ କଲାନି ରସନା ଲହଲହଟି
2
ଅନନୁତୁଳ ଏ ଦ୍ୟୁତି ଅନାଇ ସେ କେଉଁ ସତୀ ଠଉରିବ ନଉକରୀ କରିବାରେ ନ ହଟି
3
ଏହା କରି କି ଗୋ ଯଶ କୁସୁମମାନଙ୍କ ବାସ ବାସବ ନିବାସ ଯାଏ ଯାଉଥାଏ ଚହଟି
4
ଏଠାରେ ନିଶ୍ଚେଁ ସଞ୍ଚିତ ହୋଇଛି ରେ ପ୍ରାଣମିତ ଅଲୀକଲୀନ ସେ ଅବିଗ୍ରହ ରବିଗ୍ରହଟି
5
କବିରବି ରାୟଗୁରୁ କହୁଥାନ୍ତି ରେ ରମ୍ଭୋରୁ ଏହାଙ୍କ ଭଜନୁ ଆନ ନାହିଁ ସୁଖାବହଟି