Gīta

Se ki sarasara jane

ସେ କି ସାରାସାର ଜାଣେ

Text

Ghoṣā

ସେ କି ସାରାସାର ଜାଣେ ପ୍ରୀତି ରୀତି ନ ପାଳେ ଯେ ଅଣୁ ପରମାଣେ

1

ରାଜମାର୍ଗ ଛାଡ଼ି ଉଠେ ଅବାଟ ଉଠାଣେ ଦ୍ୱିଜ ସଙ୍ଗ ବିବର୍ଜ୍ଜି ଯେ ମିଶଇ ପଠାଣେ

2

ଶୁକସାରୀ ମାରି ଫଳ ଯେ ଦିଏ ସଞ୍ଚାଣେ ଯେ କୁନ୍ଦନେ ଖଞ୍ଜେ ମଣି ନ ବସାଇ ଶାଣେ

3

ଫଳ ବିନା ଅତି ଲୋଭ ରଖି ଛାର ପ୍ରାଣେ ଜଳଧିରେ ଯେ ନ ପଡ଼େ ପ୍ରିୟଜନ ରାଣେ

4

ତାହାକୁ କି କଳାବତୀ ନଜରକୁ ଆଣେ ବିନ୍ଧା ହୋଇ ନାହିଁ ଥରେ ଯେ କୁସୁମ ବାଣେ

5

କନକ ବନିବ ବୋଲି ରୀତି କି ରସାଣେ ସତ୍ୟ ବୁଦ୍ଧି କରୁଥାଏ ଯେ ଶଶ ବିଷାଣେ

6

ଯେ ବାମା ଅଧର ମଧୁ ବସନରେ ଛାଣେ ମୃଦୁଳ ମାଳତୀ ମାଳା ହୀରାମୁନେ ହାଣେ

7

ଯେ ଲେଖି ସୁଚିତ୍ରପଟ ସମରପେ କାଣେ ମାଗିବା ଲୋକର କରେ ନ ଦିଅଇ ମାଣେ

8

କନକ କୁଡ଼ୁଆ ଥାଉ ଯେ ପିଏ ପିହାଣେ ଜାଈ ଥାଉଁ ଗିରିମଲ୍ଲୀ ଯେ ଲଗାଏ ଘ୍ରାଣେ

9

କର୍ଣ୍ଣ ଯେ ସମର୍ପି ନାହିଁ ଭ୍ରମରେ ପୁରାଣେ ହରିଙ୍କି ଯେ କରି ନାହିଁ ସ୍ଥୂଳ ପରିତ୍ରାଣେ

10

କହେ ଜଗଦ୍ଦେବ ଶିକ୍ଷା ହେଲେ ହେଲେ ଟାଣେ କେ କାହା ସ୍ୱଭାବ ଛାଡ଼େ ପରାଣ ପ୍ରୟାଣେ

Sources

Cite this record


Last updated 2026-11-01. Record as JSON