Anarata sarasa mana mo dhana
ଅନାରତ ସରସମନା ମୋ ଧନ
Text
Ghoṣā
ଅନାରତ ସରସମନା ମୋ ଧନ କିସ ମନାସି ପରିଜନେ ରୁଷିଲା ରେ ନିଶାରମଣଜୟ ବିଶାରଦ ବଦନ ନବାରୁଣ ସଦୃଶ ଦିଶିଲା ରେ
1
ବଳାହକ ଗରବଦଳା କୁନ୍ତଳେ ନବ କଳାପ ସୁମୁଖୀ ନ ଖୋଷିଲା ରେ ଢଳାଗୁଣ ମୋହନ ଚଳାଚଳ ନୟନ ଦଳାନ୍ତରୁଚି ବଳି ଖସିଲା ରେ
2
ଘୋଷଯାକ ଭିତରେ ମୋ ସଙ୍ଗମ ଇତରେ ଅଛି କି ନାହିଁ ତ ନ କଷିଲା ରେ ଦୋଷ ବିନା ଏପରି ରୋଷ କଲେ କି ପରି -ଜନ ବଞ୍ଚିବ କହ ସୁଶୀଳା ରେ
3
ଯେଉଁଦିନୁ ମୋତେ ସେ କଉତୁକିନୀ ରସେ ନେତ୍ରାନ୍ତ ବରଛିରେ ଭୁଷିଲା ରେ ପଉରୁଷ ମୋହର ନଉକରୀ ତାହାର ଚରଣ ମାଜିବାର ସୁଶିଳାରେ
4
ଦିବା ସମୟେ ଦିନେ ବିବାସ କଲି ମନେ କିବା ସତତ ତା ହିଁ ଘୋଷିଲା ରେ କାହିଁକିଟି ଧରଣୀ ଚାହିଁ କିଶୋରୀମଣି ଗୁମାନକୁ ମାନସେ ପୋଷିଲା ରେ
5
କହେ ବସୁଦୁର୍ଗେଶ ଅହେତୁକ ତା ରୋଷ ଶହେ ଗୁଣରେ ସମୁଲ୍ଲାସିଲା ରେ ପ୍ରାଣ ନେବାକୁ ମୋର ବାଣ ମୀନରଥର ଶାଣରେ ନିରନ୍ତର କଷିଲା ରେ