Sunagori tu eka sina
ସୁନାଗୋରୀ ତୁ ଏକା ସିନା
Text
Ghoṣā
ସୁନାଗୋରୀ ତୁ ଏକା ସିନା ସୁନାଗରୀ ଶିର ଫୁଲ ବାସନା
1
ଏ ଜଗତୀ ଭିତରେ କେହି ଗଜଗତି ତୋ ସମ ନାହିଁ ରାଜା ନାରୀମଣ୍ଡଳେ ତୁହି ସୁନ୍ଦର କୁନ୍ଦ ରଦନ ହସନା
2
ପଦ ନଖ କୋଣ କଣକୁ ରସବତୀ ମଣିପଣକୁ ସାଧାରଣେତର ଗୁଣକୁ ବରନି ପାରିବେ ନାହିଁ ଉଶନା
3
ଗିରିବର ଶିଖରେ ତପ କରିଥିଲି କେତେ କଳପ ବାଳାବର ମୋତେ ଅଳପ ସୁଲଭ ହୋଇଛି ତୋ ଉପାସନା
4
ପୟୋଧରେ ହାର ନଚାଇ ମୋ ସୁକୃତ ଫଳ ପଚାଇ ମାରାଶୁଗ ଡର ଘୁଞ୍ଚାଇ ବଜାଇ ଦେବୁ କି ଥରେ ରସନା
5
ବାଲୁକେଶ ନୃପତିମଣି ଭଣେ ଶ୍ୟାମ ଭାରତୀ ଶୁଣି ଲାଜେ ହସି ବର ତରୁଣୀ ହେଲେ ମୁଖ ବିନିହିତ ବସନା