Go rasanati krusna nama chhadi
ଗୋ ରସନାଟି କୃଷ୍ଣ ନାମ ଛାଡ଼ି
Text
Ghoṣā
ଗୋ ରସନାଟି କୃଷ୍ଣ ନାମ ଛାଡ଼ି ଆନେ ରସ ନା ଟି
1
ଅଟକି ନ ରହି ଅଳସରେ ରଟ ରଟ ଚଳ ବିଳାସରେ କୃଷ୍ଣ କେଶବ କେଶିକଂସଦଳନ ବଲ୍ଲବୀଜନ ବଲ୍ଲଭ ହରେ
2
ଉପଳ ଶାକର ରସଫେଣା ମଧୁ ମଧୁରସା ସରପଣା ସୁଧା ତାମରସ ନେତ୍ରା ରସବାସ ଏ ସବୁ ଶ୍ୟାମ ନାମରୁ ଊଣା
3
ମକରନ୍ଦ ପକ୍ୱ ଚୂତ ରସ ପ୍ରବାହେ ନ ରଖ ତୁ ତରସ ବିଲକ୍ଷଣ ହରିନାମଙ୍କ ମାଧୁରୀ ଇତର ସକଳ ଗତରସ
4
ବୃନ୍ଦାବନ ବ୍ୟୋମ କଳାକର ବିରାଜ ଧ୍ୱଜ ହେ ବିଶ୍ୱମ୍ଭର ଅଜ ବାସୁଦେବ ମୁକୁନ୍ଦ ମାଧବ ଗୋବିନ୍ଦ ବୋଲି କୀର୍ତ୍ତନ କର
5
ଖଣ୍ଡ ମରିଚ କର୍ପୂର ଚୂରି ଦେଲେହେଁ ସୁରଭୀ କ୍ଷୀରେ ଭରି ଶ୍ୟାମ ରମଣୀୟ ମୋହନ ବିଗ୍ରହ ନାମର କଳାକୁ ନୋହେ ସରି
6
ବୋଲ ବୋଲ କଂସ ନିସୂଦନ ଜୟ ଜୟ ଦେବ ଜନାର୍ଦ୍ଦନ ଅଷ୍ଟଦୁର୍ଗ ପତି କହିବା ଭାରତୀ ଇଷ୍ଟ ସୁଧାରସ ପରି ଘେନ