Bimbadhara re biswambhara
ବିମ୍ବାଧରା ରେ ବିଶ୍ୱମ୍ଭରା
Text
Ghoṣā
ବିମ୍ବାଧରା ରେ ବିଶ୍ୱମ୍ଭରା ଦେବୀ ଚମ୍ପାଝରା ରେ ବନ୍ଧୁ ତୁ ମୋ ଛାତି ବିଭୂଷଣ ମୋତି ସୋରି କି ଦୁଃଖପାଶୋରା ରେ
1
ବଳାରାତି ବଇଜୟନ୍ତ ପ୍ରାସାଦ ବିଳାସିନୀମାନେ ତାରା ରେ ବେଶ ସୁରସିକା ତୁ ଶରଦ ରାକା ରଜନୀ ଚନ୍ଦ୍ରମା ପରା ରେ
2
ବିଲୋକି ଯା ମୋତେ ଉଠି ଲାଜ ସ୍ମିତେ ହେଉ ରମ୍ୟ ରଦାମ୍ବରା ରେ ବିଶେଷରେ ପୂତ କରୁ କି ରେ ମିତ ମୋ ମାର୍ଗକୁ ସୁଧାଛରା ରେ
3
ବିଧିରେ ଗିରିଜାରମଣଙ୍କ ପୂଜା କରି ଚମ୍ପା ପରମ୍ପରା ରେ ବୋଲାଏ ମୁଁ ବରବରନା ପ୍ରବର ତୋ କରପଇଠ ଧରା ରେ
4
ବୀଣା ବାଦନ ପ୍ରବୀଣା ପଣରେ ତୋ ଗଣନା ପ୍ରଥମ ଗିରା ରେ ବିଶ୍ୱ ବିମୋହନ ଗୁଣେ ତୁ ମୋ ଧନ ଧୀରାଙ୍କ ଲଲାମ ହୀରା ରେ
5
ବୋଲେ ଜଗଦ୍ଦେବ ସଙ୍କୋଚନ୍ତେ ବାଳା କିଶୋରଙ୍କର ପଚରା ରେ ବିଜେ ହେଉ ବଲ୍ଳୀ ମନ୍ଦିରକୁ ବୋଲି ଆଳୀ କହେ ଆଖିଠରା ରେ