Gīta

Bandhu achi ki loda

ବନ୍ଧୁ ଅଛି କି ଲୋଡ଼ା

Text

Ghoṣā

ବନ୍ଧୁ ଅଛି କି ଲୋଡ଼ା ନୂଆ ନିଆଳୀ ନିର୍ମିତ ଚୂଡ଼ାରେ

1

ପରମାଧିକାରେ ଫରମାସୁ ଥିବୁ ମୋଠାରେ ବରଜି ବ୍ରୀଡ଼ା ରେ ମନ ଥାଇ ଲାଜଭର ବଶୁଁ ବ୍ୟାଜ ଛନ୍ନ କଲେ ବଡ଼ ପୀଡ଼ା ରେ

2

ନ ପାଇବା ସୁଖ ମୋ ଆଗେ ଶ୍ରୀମୁଖ ନୋହିଲେ ସଙ୍କୋଚ ଛଡ଼ା ରେ ଚିତ୍ତେ ଥାଉ ମୁଁ ତୋ ସଙ୍ଗୀତ ଜଗତି ବାହୁଡ଼ା ବିଜେ ପାହାଡ଼ା ରେ

3

ଇଚ୍ଛା ମାଫିକେ ତୋ ବିଛଣା ବନାଇ ଦିଆଇବି ହୋଇ ଛିଡ଼ା ରେ ଅଣା ଅଛିକି ବହୁତ ବାସନ୍ତିକ ବାସ କୁସୁମ ପାଖୁଡ଼ା ରେ

4

ସଇରିନ୍ଧ୍ରକାକୁ ସହି କହୁଥା ତୁ ଆଜ ହୋଇବ ନିବିଡ଼ା ରେ ଅଂସ ଅବତଂସ ଲହସା ଖୋସା କି କି ବେଣୀ ଲୋଟଣୀ ଜୂଡ଼ା ରେ

5

ଅଳପକେ ଯେ ହେଉଥାଏ ତରୁଣ ତରୁଣୀଙ୍କ ଘରବୁଡ଼ା ରେ ଧନ ଚିନ୍ତିଲେ ଆମ୍ଭର ବଶମ୍ବଦ ହେବ ସେ ସ୍ମର ବାପୁଡ଼ା ରେ

6

ନ ମାନିବ ଯେବେ ଦଣ୍ଡକେ ମହତ୍ତ୍ୱ ବନାଇ ଦେବା ଦିକଡ଼ା ରେ ଜଗଦ୍ଦେବ ଗୀତେ ବୋଲେ କର ମୋତେ ଅଳପ ତଳପଗଡ଼ା ରେ

Sources

Cite this record


Last updated 2026-11-01. Record as JSON