Ana ana re mote
ଅନା ଅନା ରେ ମୋତେ
Text
Ghoṣā
ଅନା ଅନା ରେ ମୋତେ ବସୁଧାକୁ ଅନାଅ ନା ରେ କେଉଁ ଖଳଜନ କହିଛି କି ମନ ମୋହନା କିଛି ମୋହ ନାଁ ରେ
1
ଖଳଭାଷିତକୁ ସରସ ଚିତ୍ତକୁ ଆଣିବୁ ନାହିଁ ନବୀନା ରେ ଘେନ ତ କ୍ଷିତିରେ କେ ରସେ ରୀତିରେ ସୁନ୍ଦର କୁନ୍ଦନ ବିନା ରେ
2
ମୋ ଅଙ୍କ ପର୍ଯ୍ୟଙ୍କ ଛାଡ଼ି ହରିଣାଙ୍କ ବଦନା ତଳେ ବସ ନା ରେ ଇନ୍ଦୁକର କାନ୍ତି ପଟଳୀ ନିନ୍ଦକ କୁନ୍ଦକଳିକା ଦଶନା ରେ
3
ଆଳିଏ ଥିବାରେ ଚାଳିଦେଲି ଯାହା ଦଶନାମ୍ବରେ ରସନା ରେ କ୍ଷିତିକି କରଜେ ମୋ ବନ୍ଧୁ ଚିରୁ ଯେ ଏତିକି ମୋ ଦୋଷ ସିନା ରେ
4
ପରଖି ଦେବାର ଦୋଷୀକି ସୁନ୍ଦର ନ ରଖି ମନେ କୁହନା ରେ ଅସ୍ତ କରି ବୃଥା ସଉଭାଗ୍ୟ କଥା ମସ୍ତକ ପୋତି ରହ ନା ରେ
5
ଆଦର ଚାଦର ପରି ପରିଜନେ ଆଦର ଊଣା କର ନା ରେ କମ୍ପି କଉତୁକ ଝଲକା ମଣ୍ଡନା ଚମ୍ପକ ବରବରନା ରେ
6
ହରି ଚାଟୁ ଘେନି ହେଲେ ଅମାନିନୀ ପରିଣତ ଚନ୍ଦ୍ରାନନା ରେ ଅଷ୍ଟଦୁର୍ଗ ଲେଖାଧିପ ହେଲେ ଲେଖା ତୁଷ୍ଟ ପ୍ରମୁଦିତ ମନା ରେ