Kebala tote sina jana re keli prabina
କେବଳ ତୋତେ ସିନା ଜଣା ରେ କେଳିପ୍ରବୀଣା
Text
Ghoṣā
କେବଳ ତୋତେ ସିନା ଜଣା ରେ କେଳିପ୍ରବୀଣା ପ୍ରଣୟ ଧନେ ପ୍ରାଣକିଣା ରେ
1
ନେତ୍ରାନ୍ତ ଖେଳଯୁତ କରାଇ ମିତସ୍ମିତ ବିବେକ କରି ଦେଉ ବଣା ରେ
2
ଦରଶନ ଆରମ୍ଭେ ସରସ ଗିର ଦମ୍ଭେ ପରଷିବାର ସରପଣା ରେ
3
ଦରକଣ୍ଠୀ ସୁନ୍ଦର ଦରହାସ ମଧୁର ସରସ ଗିର ପଦେ ଶୁଣା ରେ
4
କରୁଣାମୟ ଚିତ୍ତେ ଅରୁଣାଧରା ମୋତେ ତୋ ଦାସୀ ଗଣନାରେ ଗଣା ରେ
5
ମୁଁ ଏହି ଅଭିଳାଷେ ଶିବ ଶିବାଙ୍କ ପାଶେ କରୁଥାଏଟି ଜଣାମଣା ରେ
6
ଗୁଣେ ଲାବଣ୍ୟବତୀ ପାଶେ ଭାରତୀ ରତି ଦୁହେଁ ତୋ ଠାରୁ କିଛି ଊଣା ରେ
7
ବୋଲେ ଶ୍ରୀ ଜଗଦ୍ଦେବ ତୋ ସ୍ନେହୁଁ ମନୋଭବ ମସ୍ତକେ ମାରି ପାରେ ଠଣା ରେ