Saja hoitha re gajaraja gati aja
ସଜ ହୋଇଥାରେ ଗଜରାଜ ଗତି ଆଜ
Text
Ghoṣā
ସଜ ହୋଇଥାରେ ଗଜରାଜ ଗତି ଆଜ ରଜନୀ ଆସିବେ ସଜ ନୀଳୋତ୍ପଳ ଶ୍ୟାମ ବ୍ରଜ ଯୁବରାଜ
1
ସୁନା ଲତିକାରେ ମୀନା ପରି କଳା ଝୀନ ଶାଢ଼ୀ ଯତ୍ନେ ପିନ୍ଧି ବଳାପହ ମଣି ନୀଳ କୁନ୍ତଳରେ କଳାପ କମର ବାନ୍ଧି
2
ପୁଣ୍ଡରୀକବର ଯୁଗେ ଇନ୍ଦୀବର ଯୁଗଳୀ ଲଢ଼ାଇବାକୁ ମର୍ଦ୍ଦିବା ଲାଞ୍ଛନ ତାପିଞ୍ଛେ କନକ ମଞ୍ଜରୀ ମିଳାଇବାକୁ
3
ମସାରମଣି ହେମସାର ସମୂହ ମିଶିବାର ବୁଝିବାକୁ ବରତୁଳ ପୟୋଧରେ ରତିବର ତୁଲେ ଥରେ ଯୁଝିବାକୁ
4
କୁଞ୍ଜାଳୟ ଝଷଧ୍ୱଜ କେଳିରସ ଭୁଞ୍ଜାଇ ଭୁଞ୍ଜିବୁ ପରା କଞ୍ଜାୟତାକ୍ଷିରେ ଖଞ୍ଜାଇ ଲଲାମ ତା ପରେ ପୁନ୍ନାଗ ଝରା
5
ଦେଖି ସେ ଉତ୍ସବ ନେତ୍ରେ ଆମ୍ଭେମାନେ ସୁଖୀ ହୋଇ ଜୀଇବାକୁ ଦୁହେଁ ତ ଦୁହିଙ୍କ ଜୀବ ଜୀବ -ବନ୍ଧୁ ଯିବ ମଧୁ ପିଇବାକୁ
6
ଶୁଣି ଲଳିତାଙ୍କୁ ଲୀଳା ତାମରସ ଉଞ୍ଚାଇଲେ ଦେବୀ ସ୍ନେହେ ସେ ସମୟେ କରି ବନ୍ଦନାକୁ ହରି -ଚନ୍ଦନ ଭୂନାଥ କହେ