Sambhali na pare aau
ସମ୍ଭାଳି ନ ପାରେ ଆଉ
Text
Ghoṣā
ରେ ସଙ୍ଗାତ ସମ୍ଭାଳି ନ ପାରେ ଆଉ ଅମ୍ଭୋରୁହାକ୍ଷର ଖେଳା କଟାକ୍ଷର ଦମ୍ଭୋଳିରୁ ବଳି ଦାଉ
1
ଦୂରରୁ ପଡ଼ି ବୁଡ଼ିଯାଏ ହୃଦରେ ଲୋଡ଼ିଲେ ନ ଦିଶେ ଆଉ ମରମରେ ପଶି ଦରମରା କରେ ସରସ ସ୍ପରଶ ନୋହୁ
2
ଶବଦ ନ ଥାଇ ସ୍ତବଧ କରାଏ ସେ କି ରତି ଋଣ ସାହୁ ମିଆଦ ଟାଳିଲା ପିଆଦା ପରାଏ ମାର ଝିଙ୍କେ ଆସୁଯାଉ
3
ନବଘନ ଅଙ୍ଗ ବିଶେଷ ତରଙ୍ଗ ରଙ୍ଗ ଦିଶେ ଦାଉ ଦାଉ ସୁଦିନ କୁଦିନ କରାଏ ଦୁର୍ଦ୍ଦିନ ଥରେ ଅନାଉଁ ଅନାଉଁ
4
ଗଲେ ହେଲେ ଜାତି ମହତ୍ତ୍ୱ ସମ୍ପତ୍ତି ଫିଟି ତୁଟି ଲୁଟିଯାଉ ଗଜପତି ଭାଷି ହୁଅ ତାଙ୍କ ଦାସୀ ପିଣ୍ଡେ ପ୍ରାଣ ଥାଉଁ ଥାଉଁ