Gīta

Guna nidhi labanya lahari re

ଗୁଣନିଧି ଲାବଣ୍ୟଲହରୀ ରେ

Text

Ghoṣā

ଗୁଣନିଧି ଲାବଣ୍ୟଲହରୀ ରେ ମୋ ରାଣଟି କହ କହ ଦିବ୍ୟ ଅବଧାନେ ଯେବେ ହେଲେ ଧାନେ ଅଛି ମୋରେ ଅନୁଗ୍ରହ

1

ଲୀଲା ସଉଧରେ ଆରମ୍ଭି ଥିଲୁ ତ ବିଳାସ ମଧୁର ଗାନ ହରିଣାଙ୍କ ବିମ୍ବ ଚାହିଁ କିପାଁ ବିମ୍ବ -ଅଧରା ହେଲୁ ମଉନ

2

ଶଶାଙ୍କ ନିବାସ ଛାଡ଼ି କରି ଶଶ କଲେ ଶ୍ରୀମୁଖ ଆଶ୍ରୟ ବିମଳ ବଦନ ହେବ ସଲାଞ୍ଛନ ବୋଲି ଲଭିଲୁ କି ଭୟ

3

ପଲକେ ପଲଙ୍କେ ମୁଁ ପ୍ରିୟଙ୍କ ଅଙ୍କେ ନିଶି ନୋହିଥିଲେ ସ୍ଥିତ ଏହି ନିଶାଚର ପିଅଇ ରୁଧିର ବୋଲି ହେଲୁ କି ଚକିତ

4

କରକଶତର ଅକର୍ମ ପଥର ଦ୍ରବାଏ ମୋ କଣ୍ଠ ଧ୍ୱନି ପୀୟୂଷ ମୃଦୁଳ ବିଧୁର କି ବଳ ବିଚାରି ହେଲୁ କି ତୁନି

5

ଅଷ୍ଟଦୁର୍ଗ ପତି ବୋଲେ ଗଜଗତି ନ କରି କପଟ ଲେଶ କରି ଚନ୍ଦ୍ରାଲୋକ ତୁ ହେବାରୁ ମୂକ ହୁଏ ସନ୍ଦେହ ଅଶେଷ

Sources

Cite this record


Last updated 2026-11-01. Record as JSON