Gajagate e jagate
ଗଜଗତେ ଏ ଜଗତେ
Text
Ghoṣā
ଗଜଗତେ ଏ ଜଗତେ ତୁ କାହାର ଚମ୍ପାଝରା ରେ
1
ନୟନ ମୋର ଏ ଭୂଲୋକରେ ମନ ନାଗ ନାକ ଦ୍ୱିଲୋକରେ ବୁଲୁଛି ଯେ ଭୁଲୁଛି ସେ ନାହିଁ ନାହିଁ ତୋହ ପରା ରେ
2
କି ତପ କରିଛି କେତେ ଯୁଗ ଜିତ ପଙ୍କଜ ତୋ ପଦଯୁଗ ସୁହାସୀ ରେ ଯାହା ଶିରେ ଧରୁଅଛି ବସୁନ୍ଧରା ରେ
3
ମୁଖ ସିତପଞ୍ଚଦଶୀପତି ଲାବଣ୍ୟ ନିକୁରମ୍ବର ଶ୍ରୁତି ଶେଷ କହି ଶେଷ ନୋହି ହୋଇଅଛି ତ ଅଧୁରା ରେ
4
ସୁର ଶିଖରି ଗରବ ଚୋର ଉରସିଜ କୁମ୍ଭ ବାଳା ତୋର ନବତନୁ ନବତନୁ ଲତା ଭାଜି ଯିବ ପରା ରେ
5
ବନ୍ଧୁଜୀବ ବନ୍ଧୁ ଦନ୍ତବାସ ବନ୍ଧୁ ହେବା ବେଳେ ମନ୍ଦ ହାସ ପୀୟୂଷର ସରସାର ସ୍ୱାଦୁ ପାଇ ଯାଏ ଧରାରେ
6
ଏ ଶୋଭା ଦେଖିଛି ଯେଉଁ ଆଖି ସେହି ସେହି ସିନା ତହିଁ ସାକ୍ଷୀ ଗିରେ କିସ କହି ଶେଷ ହେବ ମୋ ଦୁଃଖପାଶୋରା ରେ
7
ଅଷ୍ଟଦୁର୍ଗେନ୍ଦ୍ର ସେ କାଳେ ଭଜେ ଶ୍ୟାମ ଗିରେ ସପ୍ରଣୟ ଲାଜେ ବସି ମଥା ପୋତି କଥା ନ କହିଲେ ବିମ୍ବାଧରା ରେ