Are kurangi drusa
ଆରେ କୁରଙ୍ଗୀଦୃଶା
Text
Ghoṣā
ଆରେ କୁରଙ୍ଗୀଦୃଶା ଆଜ ନିଶି କି ହେବ ତୋ ଦଶା ରେ
1
ଲୁଳି ପଡ଼ୁ ତୁ ପହୁଡ଼ିଲେ ମୃଦୁଳ ତୂଳୀ ତଳପରେ କ୍ଷଣେ ପୁରୁଷ ତୁଲେ କି ଖେଳିବୁ ସଂସାର ଗୁରୁ ସମର ପ୍ରାଙ୍ଗଣେ
2
ନୂତନ ବୟସୀ ଜିଣିବ ଯତନ ତୁ ତ ନ ଜାଣୁ ପହିଲେ ଫତୁଆ ହେବୁ କି ସେ କାମ ଅମଳ ମତୁଆଳ ଯୁବା ତୁଲେ
3
ଶରୀରଲତା ତୋ ନ ଜାଣେ ଜନମୁ ପରିରମ୍ଭ ଜାତ ପୀଡ଼ା ବରଗିଲେ ଲମ୍ବି ସହିବୁ କେହି ସେ ଅରଗଳ ଭୁଜ ଭିଡ଼ା
4
କୋଟିଏ ସବତ ଅଳଙ୍କାର ହେଲେ ଗୋଟିଏ ନ ଘେନୁ ଚୁମ୍ବ ପୀବରସ୍ତନାରେ ବ୍ରଣେ ଏବେ ପୂରି ଯିବ ରଦବାସ ବିମ୍ବ
5
ବିଧୁବଦନା ତୋ ଲାଜ ବଳିଯିବ ନିଧୁବନ ପରିଶ୍ରମୁଁ ରାଜୀବ ଚରଣ ଝୁଲିଲେ ନୂପୁର ବାଜିବ ଯେ ଝୁମୁ ଝୁମୁ
6
ଭରତି କରି ସମସ୍ତ ମନୋରଥ ବରତି ଆସିବୁ କେହି ବୀର ରାମଚନ୍ଦ୍ର ଦେବ ବୋଲେ ମୋର ନିରନ୍ତର ଚିନ୍ତା ଏହି