Bandhu adose rasa na rose
ବନ୍ଧୁ ଅଦୋଷେ ରସ ନା ରୋଷେ
Text
Ghoṣā
ବନ୍ଧୁ ଅଦୋଷେ ରସ ନା ରୋଷେ ଧରୁଛି ପଙ୍କଜ ପାଣି
1
ଜନମରୁ ବୀଣା ବଚନୀ ମୁଁ ଊଣା ଜନ କି ନ ଜାଣୁ ତାହା ରେ ସ୍ମର ଶର ଧାରେ ସରିଲିଟି ବାରେ ଧନ ତୁ ନ ବୋଲୁ ଆହା ରେ
2
କରିଥିଲୁ ପରା ମୋତେ ଜବାଧରା ଜଣେ ତୋ ଚରଣ ଦାସୀ ରେ ଟିକିଏ ବିକଳା ହୋଇ ନାହୁଁ କଳା କୁନ୍ତଳା ନୂଆ ବୟସୀ ରେ
3
ଅରଜିଛି ତୋତେ ବନ୍ଧୁ କେତେ କେତେ ଜନ୍ମେ ତପ କରି କାଶୀରେ ତୁ ଚିତ୍ତ ପଥର କଲେ ତ ଏଥର ଭଗାରିଏ ଦେବେ ହସି ରେ
4
ସଖୀବନ୍ଧା ବେଣୀ ଫେଡ଼ି କୋଳେ ଆଣି ନ ଦେଲେ ମୁଁ ଖୋଷା ଖୋସି ରେ କୃପା ଥାଉଁ ଚିତ୍ତେ ତୁହି ପରା ମୋତେ ଗେଲେ ବସୁଥାଉ ରୁଷି ରେ
5
ତେଡ଼େ ବଡ଼ ସ୍ନେହ କି ଦୋଷରୁ କହ ତୋ ମନୁ ଯାଉଛି ଖସି ରେ ଜଗଦ୍ଦେବ ବୋଲେ ଶ୍ୟାମ ଜଣାଇଲେ ପଡ଼ି ଦୁଃଖ ଜଳରାଶିରେ