Bandhu rusila andhudara pari
ବନ୍ଧୁ ରୁଷିଲା ଅନ୍ଧୂଦର ପରି
Text
Ghoṣā
ବନ୍ଧୁ ରୁଷିଲା ଅନ୍ଧୂଦର ପରି ସବୁ ଦିଶିଲା ରାମା ରୁଷିଲା କାମାନଳମୟ ସବୁ ଦିଶିଲା ବାଳା ରୁଷିଲା ହାଳାହଳ ଜ୍ୱାଳାମୟ ଦିଶିଲା
1
କି କଲା ଆହା ସୁଶ୍ରୋଣି ମୋ ପରମ ସୁଖଶ୍ରେଣୀ ସ୍ୱର୍ଗ ବଡ଼ଭୀ ନିଃଶ୍ରେଣୀ ଖସିଲା ରେ
2
ଅନଙ୍ଗ ବାଣ ବରଷା ସଙ୍ଗେ ତ କୁରଙ୍ଗଦୃଶା ସରୋଷ ଅପାଙ୍ଗଭୂଷା ମିଶିଲା ରେ
3
ତାର ନିଗ୍ରହୁ ମୁଁ ପରିବାରକୁ ଡରି ଜୁହାରି -ବାର ନୀରସ ଭଗାରି ହସିଲା ରେ
4
ଦେଖି ନ ଥାଇ ଏ ଭୂତି ଶିଖାଇ ଦୁର୍ନୀତି ନିତି କେଉଁ ପିଶୁନ ମୋ ଧୃତି କଷିଲା ରେ
5
ସନ୍ତାପ ସିନ୍ଧୁକୁ ନବବିଳାସିନୀ ସିନା ପ୍ଳବ ଶ୍ରୀ ବାଲୁକେଶ୍ୱର ଦେବ ଭାଷିଲା ରେ