Rusibara sina janu
ରୁଷିବାର ସିନା ଜାଣୁ
Text
Ghoṣā
ରେ କିଶୋରି ରୁଷିବାର ସିନା ଜାଣୁ ରସ ଜଳଧିରେ ଅବଗାହି ଧୀରେ ତହୁଁ ତ ସାର ନ ଛାଣୁ ରେ
1
ରମଣୀୟ ଜାଣି ରସି ଯହିଁ ପୁଣି ନ ଡରି ପରିବାଦକୁ ରୋଷ ଅଙ୍ଗୀକାର କରି କି ତାହାର ଅଳପ କଥା ପଦକୁ
2
ରତ୍ନ ତ ମୃଦୁଳ ନୋହେ ତାକୁ ଅଳ -ଙ୍କାରକୁ ନିକି ନ ଆଣି ରସିକାଙ୍କ ଶିଖାମଣି ଘେନୁ ଶିଖା ଶିଖି ତୁହି କାହୁଁ ଶୁଣି
3
ରକତ ବ୍ୟକତ ହେଲେ ଯଦି କ୍ଷତ ହୁଅଇ ଆସେଚନକ ରଦାଗ୍ର ସ୍ପରଶ ଅବା କେଡ଼େ ଦୋଷ ନ କରି ଚିତ୍ତେ ବିବେକ
4
ରତିଈଶ ରଣ ଯାହାର ଶରଣ ଦେଖିଥିଲେ ତାକୁ ନେତ୍ରେ ରହନ୍ତୁ କି ଲାଜ କ୍ରୋଧେ ଜମି ଆଜ ଭୁଜେ ଭିଡ଼ି ଦେବା ମାତ୍ରେ
5
ରଙ୍କରତନ ଲାଭକୁ ପରି ଏବେ ରଚି ଯତନକୁ ଭଲେ ରମ୍ୟ ଶ୍ୟାମ ଛବି କିଶୋରରେ କବି -ରବି ରାୟଗୁରୁ ବୋଲେ