Pachara ke anichi gajagatiki
ପଚାର କେ ଆଣିଛି ଗଜଗତିକି
Text
Ghoṣā
ପଚାର କେ ଆଣିଛି ଗଜଗତିକି ସେ ମୋ ଏ ଜଗତୀକି
1
କି ସୁନ୍ଦର ଦରହାସିତ ଶୀତକରକର ଲଳିତ ଦଶନବସନ ନବ ଜବାସୂନ ଉପରେ କେ ରଖି ଦେଲା ମୋତିକି
2
ଆହା ତାହା ଚାହାଣୀ ଠାଣି ବଣାମୃଗ ନ ପାରେ ଆଣି ମଳିନ ନୋହିବା ନଳିନ ଯୁଗଳେ ଅଳି କରୁଥିଲା ଚଳି ରତିକି
3
ସ୍ଫୁଟ ତିଳକୁସୁମ ନାସା ପୁଟ ଫୁଲା ସରସ ଭାଷା ଆଳୀକି ଆଳାପି ଚାଳି ଦେଉଥିଲା ପ୍ରତି ପଦରେ କେଳତିପତିକି
4
ହେମରମ୍ଭା ତରୁ ଊରୁକୁ ପ୍ରେମରଙ୍କ ନଟ ଭୂରୁକୁ ରୁଚକ ରୁଚିର କୁଚକଳଶକୁ ଚାହିଁ ହଜାଇବେ ଯତି ମତିକି
5
ଇଷ୍ଟରମା ସଖୀଙ୍କି ରସେ ଅଷ୍ଟଦୁର୍ଗ ମହେନ୍ଦ୍ର ଭାଷେ ମୋଦେ କୋଳେ ବସି ପଦେ କହୁ ହସି ମୋ ସବତଟି ସେ ରସବତୀକି