Gīta

Rasanidhi bhala acharila

ରସନିଧି ଭଲା ଆଚରିଲା

Text

Ghoṣā

ରସନିଧି ଭଲା ଆଚରିଲା ମୋହପରି ବିଧି ରେ

1

କିଙ୍କିଣୀ ତାଳକୁ ରଚୁଥିଲା ଝୁଲି ଝୁଲି ନଥ ନାଚୁଥିଲା ନେତ୍ର ପୁଣ୍ୟଫଳ ପାଚୁଥିଲା ମୋତେ ବ୍ରହ୍ମପଦ ସୁଖ ଯାଚୁଥିଲା

2

ଅଧୋମୁଖେ ରତ୍ନସାନୁ ଥିଲା ତା ନିକଟେ ସୁଧାଭାନୁ ଥିଲା ତହିଁ ତିଳଫୁଲ ତଳେ ଝଲମଲ ବୁଲାକି ଝୁଲା କି ମାନୁଥିଲା

3

ଆନେ ତା ଚାକିର ଲବ କାହିଁ ବିବେକ ବାକି ରହିଲା ନାହିଁ ବିନ୍ଦୁ ବିନ୍ଦୁ ଝାଳ ସୁନ୍ଦର କପୋଳ ମୁକୁରେ ମକରୀ ଲୀଳା ଚାହିଁ

4

ବନ୍ଧୁ ମୋ କି ଲାଜ ଭଜୁଥିଲା ଥରେ ଥରେ ନେତ୍ର ବୁଜୁଥିଲା ଥରେ ଥରେ ଚାହିଁଦେଇ ଇନ୍ଦୀବରେ ମଦନ ଦେବକୁ ପୂଜୁଥିଲା

5

ନୀଳ କୁଞ୍ଚିତ କୁନ୍ତଳତତି ଭଜୁଥିଲା ଅସ୍ତବ୍ୟସ୍ତ ଭୀତି ମିଶୁଥିଲା ଗଭା କ୍ରମରେ ଖସିବା କୁସୁମ ରସନିଧି ଭଲା ଆଚରିଲା ଧୃତି

Sources

Cite this record


Last updated 2026-11-01. Record as JSON