Tara gire ki biswasa
ତାର ଗିରେ କି ବିଶ୍ୱାସ
Text
Ghoṣā
ତାର ଗିରେ କି ବିଶ୍ୱାସ ତାର ସ୍ନେହେ କି ବିଶ୍ୱାସ ତାର ପରେ କି ବିଶ୍ୱାସ ଯାର ଜାରବିଳାସ ଗୋ
1
ବୋଲେ ଶତ ଥର ଶପଥରେ ମୋର ଆନେ ନାହିଁ ଅଭିଳାଷ ହୋଇଥାଏ ବୋଲି ଚନ୍ଦ୍ରାବଳୀ କେଳି ନିକୁଞ୍ଜ କୁସୁମବାସ ଗୋ
2
ଦନ୍ତବାସେ ସତୀ ଯୁବତୀଙ୍କ ଜାତି ନେବା ଭଙ୍ଗୀମିଶା ହାସ କଥାକୁ ଶାଶୁଙ୍କ ମଥାକୁ ଛୁଅଇଁ ଏପରି ଯାହା ସାହସ ଗୋ
3
ପ୍ରତି ରାତି ନାରୀମଣିର ରମଣେ ତରେ ବଳାଏ ମୁହାଁସ ପାଚେରି ଡେଇଁବା ଆପଦୁ ଯା ପଦ ଜଳଜ ତଳ ପରାସ ଗୋ
4
ହୁଏ କେଡ଼େ ପ୍ରିୟ ଗିରେ ସବିନୟ ପ୍ରକାଶି ମୋହନ ରସ ମୁରଲୀ ବଜାଇ ଡାକେ ଯହୁଁ ଯାଇ ଆଚରେ ବଡ଼ ନିରାଶ ଗୋ
5
ମୁଁ ନଗର ଯୁବରାଜ ବୋଲି ଅବ -ଲେପରେ ବହେ ଉଲ୍ଲାସ ଯେ ପୁଣି କପଟେ ଲୁଚି ନଦୀ ତଟେ ଲୁଟଇ ପାଲଟାବାସ ଗୋ
6
ତେବେ ହେଲେ ଏ କି ଚିତ୍ର ଧିକ ତାର ଧନ ଜୀବନ ନିବାସ ଅଷ୍ଟଦୁର୍ଗ ପୁରନ୍ଦର ବୋଲେ ଯାର ଗତି ନୁହେ ପୀତବାସ