Ghena ghena mana ghana sama
ଘେନ ଘେନ ମନ ଘନସମ
Text
Ghoṣā
ଘେନ ଘେନ ମନ ଘନସମ ଶ୍ୟାମଳିଆକୁ ପିଲାଟି ଦିନୁ ପୂତନା ପ୍ରାଣ କବଳିଆକୁ
1
ବରଙ୍କୁ ଗୋପୀଙ୍କର ମକର କୁଣ୍ଡଳିଆକୁ ଅଖଣ୍ଡ ଚନ୍ଦ୍ର ସୁନ୍ଦର ମୁଖ ମଣ୍ଡଳିଆକୁ
2
ମଦ ଗଜଗମନକୁ କଦମ୍ବ ମୂଳିଆକୁ ମଖ ଶାଳା ଭିଖାରୀକୁ ଶିଖଣ୍ଡ ଚୂଳିଆକୁ
3
ସମୁଦ୍ରକୁ କରୁଣାର ଯମୁନା କୂଳିଆକୁ ଗୀତ ନଟ ଲମ୍ପଟକୁ ପୀତ ଦୂକୁଳିଆକୁ
4
ବଲ୍ଲବେନ୍ଦ୍ର ନନ୍ଦନକୁ ପଲ୍ଲବ ମାଳିଆକୁ ଭଜେ କବିରବି ତାହାଙ୍କ ପା’ତଳିଆକୁ