Gīta

Radhe rasika raja

ରାଧେ ରସିକାରାଜ

Text

Ghoṣā

ରାଧେ ରସିକାରାଜ ତୋ ପ୍ରବୀଣାପଣ ଜଣାଯିବ ଆଜ ନନ୍ଦର ତନୟ ପୁରନ୍ଦର ମଣି ମକରନ୍ଦଲିଟ ତୁ ଅରବିନ୍ଦଟି ସୁନ୍ଦର

1

ହେବା ଦିନୁ ସ୍ତନ ପୀନ କରକଶ ମଦଗତେ ବସୁନ୍ଧରା ମଣ୍ଡଳୀକି ମଣ୍ଡୁ ପରା ଏବେ ଧରାଧରଧରା କରେ କସ

2

ଭିନ୍ନ ସଖୀ ଦେହେ ସ୍ନେହେ ଜଡ଼ିବାର ଭିନ୍ନ ସେ ଶିଖଣ୍ଡଚୂଳ ମରକତ ଅରଗଳ ବଳିଷ୍ଠ ବାହୁ ଯୁଗଳ ଭିଡ଼ିବାର

3

ଆମ୍ଭେ ସିନା ପ୍ରଭୁ ବୋଲି କରୁ ଭୀତି ତୁ ଯାହା କଲେ ତା ସହୁ କ୍ଷମା କରିବେ ସେ କାହୁଁ ବାମାଗର୍ବ ଚନ୍ଦ୍ର ରାହୁ କଳାହାତୀ

4

କି ହେବ ମନ୍ଦିରେ ଭୂରୁ ନଚାଇଲେ ଯଶ ହେବ ସେହି କାଳେ ନଟ ମୁକୁଟକୁ କୋଳେ ନଚାଇ ସେ ରସେ ବଳେ ରୁଚାଇଲେ

5

ମୃଦୁ ତନୁ ବୋଲି କେ ଛାଡ଼ିବ ଆଉ ଅଙ୍କୁ ଯିବା ଯାଏ ଶାନ୍ତ ହୋଇବ ନାହିଁ ଯେ ଦାନ୍ତ କରରୁହ ପ୍ରାନ୍ତକୁନ୍ତ ଖେଳା ଦାଉ

6

ବୋଲେ ଅଷ୍ଟଦୁର୍ଗନାଥ ଜଗଦ୍ଦେବ ସଖି ପରିହାସ ଶୁଣି ଲାଜେ ହସି ଠାକୁରାଣୀ ମନେ କଲେ ହେଲେ ପୁଣି ବୁଝାଯିବ

Sources

Cite this record


Last updated 2026-11-01. Record as JSON