Gīta

Pranabandhu kara garaba kahinki

ପ୍ରାଣବନ୍ଧୁ କର ଗରବ କାହିଁକି

Text

Ghoṣā

ପ୍ରାଣବନ୍ଧୁ କର ଗରବ କାହିଁକି ରେ ପରବ ଚନ୍ଦ୍ରମା ଚିତ୍ତେ ବଳିଲାନି କି ତୋ ଝଳି ଲାବଣ୍ୟାଦି ଗୁଣଗଣରୁ କିଞ୍ଚିତେ

1

ଜଳଧିର ପଙ୍କ କି ଅବା କଳଙ୍କ ଖଣ୍ଡେ ଶିରୀ କରି ଫୁଲେ ନାହିଁକି ନଜର ରସାଳସା ତୋର ନେତ୍ର ଇନ୍ଦୀବର ଫୁଲେ

2

ମୋ ସୁଧା ତୁଳରେ ବସୁଧା ତଳରେ କେ ଅଛି ବୋଲି ଯା ଭାବେ କର୍ଣ୍ଣେ ନାହିଁ ଶୁଣି ତୋ ମୃଦୁଳ ବାଣୀବିଳାସକୁ ପରା ଲବେ

3

କରିଛି କି ମନେ ଏ ତିନି ଭୁବନେ ମୁଁ ଏକା ରଜନୀକର ଫୁଲଶେଯ ରତେ ତୋ ଚରଣ କେତେ ଲାଗଇ ରଜନିକର

4

ଜଗତୀରେ ଏକା ମୋହରି ଚନ୍ଦ୍ରିକା ରୁଚିର ବୋଲି ଯେ ବୋଲେ କୁନ୍ଦବିକାଶକୁ ନିନ୍ଦିବା ହାସକୁ ଖେଳାଇ ଦେବୁଟି ଗେଲେ

5

ଭାବୁଅଛି ଚିତ୍ତେ ଭଜିଛନ୍ତି ମୋତେ ଅନେକ ନକ୍ଷତ୍ରମାନେ ଶ୍ରୀହସ୍ତ ଚରଣ କଞ୍ଜ ନଖଗଣ ଶୋଭା ଚାହିଁ ନାହିଁ ଦିନେ

6

ଟେକିଦିଅ ମୁଖ ଏ ଶୀତମୟୂଖ ଜିତ ହୋଇ ମରୁ ଚଳି ନିତି ନିଧୁବନେ ଅନେକ ବିଧାନେ କେତେ ଚନ୍ଦ୍ର ଥାଇ ଚାଳି

7

ଚକୋର ଏହାର ବଡ଼ ପରିଚାର ତୁ ସେବା ଦେଇଛୁ ମୋତେ ଅଷ୍ଟଦୁର୍ଗ ଧରାମଣ୍ଡଳୀ ଅମରା -ବତୀ ପତି ବୋଲେ ଗୀତେ

Sources

Cite this record


Last updated 2026-11-01. Record as JSON