Gīta

Mana jami ja sindhu jema pranadhane

ମନ ଜମି ଯା ସିନ୍ଧୁଜେମା ପ୍ରାଣଧନେ

Text

Ghoṣā

ମନ ଜମି ଯା ସିନ୍ଧୁଜେମା ପ୍ରାଣଧନେ ସିତପଙ୍କଜନୟନେ

1

ରମ୍ୟଯାନପଦକରେ ମୁନି ହୃଦ ପଦକରେ

2

ଶରଣାଗତ ବନ୍ଧୁରେ କରୁଣା ସୁଧାସିନ୍ଧୁରେ

3

ଦୀନଜନ ବିଭବରେ ନୀଳାଦ୍ରି କଣ୍ଠୀରବରେ

4

ଦଳିତ କଳୁଷପୁଞ୍ଜେ ଇନ୍ଦ୍ରବନ୍ଦ୍ୟ ପଦକଞ୍ଜେ

5

ନିଗମ କୁଞ୍ଜ କୁଞ୍ଜରେ ଭବ ଭୟାଳୁ ପୁଞ୍ଜରେ

6

ଛୋଟରାୟ ଦେବ କହେ ଦୁଃଖତମର ବିଗ୍ରହେ

Sources

Cite this record


Last updated 2026-11-01. Record as JSON