Se mohana sneha re sahachari
ସେ ମୋହନ ସ୍ନେହରେ ସହଚରୀ
Text
Ghoṣā
ସେ ମୋହନ ସ୍ନେହରେ ସହଚରୀ କି ପଦାର୍ଥ କହରେ
1
ନୋହେ ଅଭୟ ନ ରଖଇ ଦକ ଅମଳ ନୋହେ ଅତି ଉନ୍ମାଦକ ହୋଇ ହୃଦୟ ଅଦୃଶ୍ୟ ପଦକ ହଜାଇ ଦିଅଇ ବିବେକଯାକ
2
ନୋହେ ଘୂକନେତ୍ର ଗୋଳ କଜ୍ଜ୍ୱଳ ଦୃଶ୍ୟ କରାଏ ଗାଢ଼ତମ ସ୍ଥଳ ଲଙ୍ଘାଏ ଦୁର୍ଗ ନୋହେ ଜଙ୍ଘାବଳ ବୁଡ଼ାଇ ଦିଅଇ ନୁହଇ ଜଳ
3
ନୁହଇ ପରାଣ ନୁହଇ ଛାଡ଼ି ଅଟକଇ ପଦ ନୁହଇ ବେଡ଼ି ବୃଷ୍ଟି ବାରଣ ଛତ୍ରକୁ ନ ଲୋଡ଼ି ନ ମାନେ ନଭମାସନିଶା ଝଡ଼ି
4
ନୋହେ ସଙ୍କଳପ ମାନସେ ରହେ ହେଳା ନୋହେ ଯତ୍ନ ନ ରଖେ ଦେହେ ଅନ୍ନ ନୋହି ଶୀର୍ଣ୍ଣ କରେ ବିରହେ ସନ୍ଦେହେ ଶ୍ରୀ ମୁକୁନ୍ଦଦେବ କହେ