Gīta

Manini radhe nikunje asa

ମାନିନୀ ରାଧେ ନିକୁଞ୍ଜେ ଆସ ଗୋ

Text

Ghoṣā

ମାନିନୀ ରାଧେ ନିକୁଞ୍ଜେ ଆସ ଗୋ କହିଛନ୍ତି ପୀତବାସ ବସିଛନ୍ତି ଭାଳି ତୋର ଗଳାମାଳି ହାହା ପ୍ରିୟେ ବୋଲି ତେଜି ଦୀର୍ଘ ନିଶ୍ୱାସ

1

ସେ ନନ୍ଦନନ୍ଦନ ମୁରଲୀ ବଦନ ମଦନେ କଦନ ଲଭୁଛନ୍ତି ଧନ (ପଡ଼ି) ତେଜ ତେଜ ମାନ ମୋ ମିନତୀ ଘେନ ଗତି ନାହିଁ ଆନ ନ କରରେ ନିରାଶ

2

ସେ ଶ୍ୟାମଳ ଶଶୀ ନୀଳକଇଁ ବାସୀ ହେଲା ପରି ଦିଶି ଗଲେଣି ସୁକେଶୀ (ପଡ଼ି) ରାଧାର ମୁଁ ଦୋଷୀ ବୋଲି ଦିବା ନିଶି ହେଉଛନ୍ତି ଘୋଷୀ ଆକୁଳେ ଲଭି ତ୍ରାସ

3

ସେ ଗୋପ ସଙ୍ଖାଳୀ କାହ୍ନୁ ବନମାଳୀ କେତେ ନିଉଛାଳି ହେଲେ ଧନମାଳି (ପଡ଼ି) ନେତ୍ରୁ ଅଶ୍ରୁ ଢାଳି ତୋ ନାମକୁ ମାଳି କରି ଭାଳି ଭାଳି ଆହା ଲଭେ କି ପ୍ରାସ

4

ଦୂତିକା ଦଇନୀ ମାନି ବିନୋଦିନୀ ସର୍ବ ସଖୀ ଘେନି ଚଳିଲେ ସେକ୍ଷଣି (ପଡ଼ି) ବେଣୁଧର ଭଣି ଚିନ୍ତି ଚିନ୍ତାମଣି ସେ ଯୁଗଳ ଠାଣି ଦେଖି ଲଭିବି ତୋଷ

Sources

Cite this record


Last updated 2026-11-01. Record as JSON