Gīta

Mun biki deichi parana

ମୁଁ ବିକିଦେଇଛି ପରାଣ

Text

Ghoṣā

ମୁଁ ବିକି ଦେଇଛି ପରାଣ ଘନଶ୍ୟାମଙ୍କୁ ଆସିଲେ ନ ଆସୁ ପଛେ କାହା ମନକୁ

1

କିଶୋରୀ କାଳରୁ ସଖୀ ତାଙ୍କ ନାମ ମୁଖେ ରଖି ନ ଚିହ୍ନିଲେ ଶ୍ୟାମବନ୍ଧୁ ମୋର ମନକୁ

2

ବ୍ରଜସାରା ବୁଲି ବୁଲି ମୋ ନାମେ କରନ୍ତି ହୁରି ସଂସାରେ କେହି ନ ଥିବେ କହିଦେବାକୁ

3

ଗୋପୀଙ୍କ ବସନ ନେଇ କଦମ୍ବ ଡାଳରେ ଥୋଇ ସମସ୍ତ ଦେହ ଉଲଗ୍ନ ଥରିବୁ

4

ଦୂତୀ କର ଧରି ସଖୀ କହଇ ହୋଇ ବିମୁଖୀ ଆଉ କାହା ପୁରେ ଶ୍ୟାମ ଦେଲେ ମନକୁ

5

ବନମାଳୀ ଦାସ ଭଣି ଧନ୍ୟ ସେ ବଙ୍କିମା ଠାଣି କର ଯୋଡ଼ି ଜଣାଉଛି ତାର ପ୍ରେମକୁ

Sources

Cite this record


Last updated 2026-11-01. Record as JSON